ନାରୀର ସ୍ଥାନ....

ସକାଳୁ ସକାଳୁ କପେ ଚା’ ଧରି ବସି ପଡ଼ିଲି ପେପରଟେ ଧରି । କିଛି ଦେଶ ବିଦେଶର ଖବର ଜାଣିବାକୁ ଇଛାହେଲା । ପ୍ରଥମ ପୃଷ୍ଠା ଖୋଲୁ ଖୋଲୁ ଆଖିପଡିଲା ମୁଖ୍ୟ ଖବର ଉପରେ “କୁନ୍ଦୁଲି ପୀଡ଼ିତା ଶେଷରେ ଆଖି ବୁଜିଲେ” । ଆଶ୍ଚର୍ଯ୍ୟ ! ସେ ପୁଣି ଆତ୍ମହତ୍ୟା ଭଳି ଏକ ଅବାଞ୍ଛିତ ରାସ୍ତା ଆପଣେଇ ନେଲା ! ମନଟା ଭାରି ବ୍ୟସ୍ତ ଓ ବ୍ୟାକୁଳ ହୋଇ ଉଠିଲା । ଭାବିଲି ଝିଅଟି ବଞ୍ଚିଥିବା ଅବସ୍ଥାରେ କେତେ ଲଢିଥିଲା ନ୍ୟାୟ ପାଇଁ କିନ୍ତୁ ଶେଷରେ ପରିଣାମ ଏୟା ହେଲା ! ସତରେ ନାରୀ କେବଳ ଗଣମାଧ୍ୟମରେ ସାମାନ୍ୟ ଗୋଟେ ନ୍ୟୁଜ୍ ହୋଇ ରହିଗଲା ? ଏ ପରିବର୍ତ୍ତନ ଓ ପ୍ରଗତିଶୀଳ ସମାଜରେ ନାରୀର ସ୍ଥାନ କେଉଁଠି ? କିଏ ଦେବ ଏ ପ୍ରଶ୍ନର ଉତ୍ତର ?

  Never miss a story from us, get weekly updates in your inbox.